ଲାଞ୍ଜିଆ ସଉରା ଜନ‌ଜାତି - ..ٌ::ٌ:: النسابون العرب ::ٌ::ٌ..
..ٌ::ٌ:: النسابون العرب ::ٌ::ٌ..

التميز خلال 24 ساعة
العضو المميز الموضوع المميز المشرف المميز
محافظة الاسكندرية
بقلم : يسرى محمد احمد الخولى
قريبا
« آخـــر الـــمــواضيـع »
         :: ماعرفت النسب (آخر رد :شعبان حسن حامد حسين عبد الرحيم)       :: مشجرة أبناء معد ، وإِثبات موقع إياد بن نِزَار الجيني (دراسة إثنولوجية جينية) (آخر رد :أحمد القيسي)       :: الإنعكاس (آخر رد :شبير غونياس)       :: (هام) عند إستعمال الأعشاب (آخر رد :جهران صويبخ)       :: عيال عطا بالقريات (آخر رد :براق القريات)       :: توضيح هام : بشأن نسب عوازم القريات فى شمال السعودية (آخر رد :براق القريات)       :: يا لله يا للي بأمرك الناس يفنون (آخر رد :ابن محارب)       :: الام (آخر رد :ابن محارب)       :: ما اصل حمولة بربخ في قطاع غزة (آخر رد :محمد حمدان خليل محارب)       :: محافظة الاسكندرية (آخر رد :يسرى محمد احمد الخولى)      




إضافة رد
قديم 03-09-2017, 12:00 PM   رقم المشاركة :[1]
معلومات العضو
منتقي المقالات
 
أحصائيات العضو

علم الدولة : علم الدولة arab league

افتراضي ଲାଞ୍ଜିଆ ସଉରା ଜନ‌ଜାତି

ଲାଞ୍ଜିଆ ସଉରା ଜନ‌ଜାତି



ଉଇକିପିଡ଼ିଆ ରୁ

ଲାଞ୍ଜିଆ ସଉରା ଏକ ଆଦିବାସୀ ଉପଜାତି[୧] ଯେଉଁମାନେ ସଉରା ଜନଜାତିର ମୁଖ୍ୟ ଉପଜାତି । [୨] [୩]

ବିଷୟସୂଚୀ

[ଲୁଚାନ୍ତୁ]
  • ନାମକରଣ
  • ସାମାଜିକ ଜୀବନ
  • ପୋଷାକ ପରିଧାନ
  • ଗୃହ ଗଠନ ଶୈଳୀ
  • ବିଶ୍ୱାସ, ଅନ୍ଧବିଶ୍ୱାସ ଓ ବିଜ୍ଞାନ
  • ଆଧାର




ନାମକରଣ[ସମ୍ପାଦନା]

ଲାଞ୍ଜିଆ ସଉରା ଜନଜାତିର ପୁରୁଷମାନଙ୍କ ଲୁଗା ଖଣ୍ଡର ପଛଭାଗ ଲାଞ୍ଜ ପରି ଓହଳିଥିବାରୁ ସେମାନେ ଲାଞ୍ଜିଆ ନାମରେ ପରିଚିତ ।[୪]
ସାମାଜିକ ଜୀବନ[ସମ୍ପାଦନା]

ଲାଞ୍ଜିଆ ସଉରା ଜନଜାତି ମୁଖ୍ୟତଃ ଯୌଥ ପରିବାରରେ ବସବାସ କରିଥାନ୍ତି । ଲାଞ୍ଜିଆ ସମାଜରେ ପ୍ରତି ୧୦୦୦ ମହିଳାରେ ୯୯୦ ପୁରୁଷ ଥିବା ଦେଖିବାକୁ ମିଳିଥାଏ । [୫] ଏହି ସମାଜରେ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅନେକ ସଚେତନତାର ଅଭାବ ଦେଖିବାକୁ ମିଳିଥାଏ । ଅନେକ ସମୟରେ ସ୍ୱାସ୍ଥ୍ୟସେବାର ଅଭାବରେ ଖାଦ୍ୟାଭାବ ସମ୍ବନ୍ଧୀୟ ରୋଗାଦିରେ ଲାଞ୍ଜିଆମାନେ ପୀଡ଼ିତ ହୋଇଥାନ୍ତି ।[୬]
ପୋଷାକ ପରିଧାନ[ସମ୍ପାଦନା]

ଲାଞ୍ଜିଆ ସମାଜର ପୁରୁଷମାନେ ଏକ ଝିନ ଲୁଗା ପରିଧାନ କରିଥାନ୍ତି ଯାହାର ଦୁଇ ଚିତ୍ରିତ ମୁଣ୍ଡ ଦେହର ଆଗ ଓ ପଛଭାଗକୁ ଆବୃତ କରି ଓହଳିଥାଏ । ପଛଭାଗର ଲୁଗା ଲାଞ୍ଜ ଭଳି ଦିଶୁଥିବାରୁ ଏମାନେ ଲାଞ୍ଜିଆ ନାମରେ ପରିଚିତ । ସେମାନେ ଏକ ପଗଡ଼ି ମଧ୍ୟ ପରିଧାନ କରିଥାନ୍ତି । ମହିଳାମାନଙ୍କ ଲୁଗା କେବଳ ସେମାନଙ୍କ ଅଣ୍ଟା ତଳଭାଗଠାରୁ ଆଣ୍ଠୁ ଉପର ଯାଏଁ ଆବୃତ କରିଥାଏ । ଆଧୁନିକ ସମାଜରେ କିଛି ମହିଳା ନିଜର ସତନ ଆବୃତ କରି ଲୁଗା ପିନ୍ଧିବା ଦେଖାଯାଏ । ନାରୀମାନେ କେବେ ବ୍ଲାଉଜ ପିନ୍ଧିବା ଦେଖାଯାଏ ନାହିଁ । ନାରୀମାନେ ଅଳଙ୍କାର ପ୍ରିୟ ।[୪]
ଗୃହ ଗଠନ ଶୈଳୀ[ସମ୍ପାଦନା]

"ପ୍ରିମିଟିଭ‌‌‌ ଟ୍ରାଇବ" ବା ଆଦିମ ଜନଜାତି ମଧ୍ୟରୁ ଓଡ଼ିଶାର ଲାଞ୍ଜିଆ ସଉରା ଅନ୍ୟତମ । ଏମାନେ ମୁଖ୍ୟତଃ ଓଡ଼ିଶାର ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲାରେ ବସବାସ କରନ୍ତି । ଏମାନଙ୍କର ଘରକୁ ସଉରା ଭାଷାରେ "ସିହିଂ" ବୋଲି କୁହାଯାଏ।ଏହା ଚାଳ ଛପର ଓ ମାଟିର ବ୍ୟବହାର କରି ଘର ତିଆରି ହୋଇଥାଏ । ଘରର କାନ୍ଥରେ ଗୋବରର ଲେପ ଦିଆଯାଇଥାଏ। ଘରର ଲମ୍ବ ପ୍ରାୟତଃ ୧୫ ଫୁଟ, ପ୍ରସ୍ଥ ୧୦ ଫୁଟ ଓ ଉଚ୍ଚତା ୫ଫୁଟ ହୋଇଥାଏ । ଘରର ମୁଖ୍ୟ ଦ୍ୱାର କାନ୍ଥର ମଝିଆ ମଝି ରହିଥାଏ । ଝରକାର ବନ୍ଧ କାଠ ବା ବାଉଁଶ ଦ୍ୱାରା ନିର୍ମିତ ହୋଇଥାଏ ଏବଂ ଏହାର ଆକାର ଗୋଲ ଅଟେ । ପ୍ରତି ଘରକୁ ପ୍ରବେଶ କରିବା ପାଇଁ ୧/୨ ପାହାଚ ରହିଥାଏ । ଘରର ଚାଳ ସାମନା ଭାଗ ନୁଆଁଣିଆ ହୋଇଥାଏ । ପ୍ରତ୍ୟକ ଘରର ବାହାର କାନ୍ଥରେ ଝୋଟି ଚିତ୍ର ଅଙ୍କା ହୋଇଥାଏ । ପ୍ରାୟତଃ ଏମାନେ ପଦ୍ମ ଓ ସ୍ୱସ୍ତିକ୍ ଚିତ୍ର ଆଙ୍କିଥାନ୍ତି । ଝୋଟି ପକାଇବା ପାଇଁ ଏମାନେ ସାଧାରଣତଃ ଧଳା ପଥର ଗୁଣ୍ଡ ବ୍ୟବହାର କରନ୍ତି । ପ୍ରତ୍ୟେକ ଘରର ବାହାର କାନ୍ଥରେ ନାଲି ମାଟିରେ ପାଢି ବନା ହୋଇଥାଏ ।ସାଧାରଣତଃ ଲାଞ୍ଜିଆ ସଉରା ଜନଜାତିର ଆଦିବାସୀମାନେ ଘରର ବାଡିକୁ ଯିବା ପାଇଁ ଘରର ପଛ ପଟେ କବାଟ ରଖନ୍ତି ନାହିଁ । ଯଦି କବାଟ ରହିବ ତାହା ମୁଖ୍ୟ ଦ୍ୱାରର ପୂରା ସିଧାରେ ରହିବ । ପ୍ରତି ଘରର ମୁଖ୍ୟ ଦ୍ୱାର ପାଖରେ ଛୋଟ ଆଇନା ମଧ୍ୟ ରହିଥାଏ । ଏହି ଆଇନା ସଉରା ନାରୀମାନେ ପ୍ରସାଧାନ ପାଇଁ ବ୍ୟବହାର କରନ୍ତି ।ସଉରା ଘର ଭିତରେ ୨/୩ଟି ବଖରା ଓ ରୋଷେଇ ଶାଳ ଅଲଗା ଥାଏ। ଘରର ଭିତର ପାର୍ଶ୍ୱରେ ମାଟିର ଛାତ ତିଆରି ହୋଇଥାଏ ଯାହାକୁ "ମେର୍ଦା" କୁହାଯାଇଥାଏ।ଏହାକୁ ସେମାନେ ହାଣ୍ଡି, ମାଣ୍ଡିଆ,ଧାନ ଆଦି ସାଇତି ରଖିବା ପାଇଁ ବ୍ୟବ‌ହାର କରିଥାନ୍ତି।ରୋଷେଇଶାଳ ଭିତରେ କାଠ ପଟାରେ ଭାଡି ନିର୍ମାଣ କରାଯାଇଥାଏ,ଏହାକୁ "ଆଟୁ" ବୋଲି କୁହାଯାଏ।ଏହି "ଆଟୁ"ରେ ସେମାନେ ଶୁଖିଲା ମକା, ଶୁଖିଲା ମାଂସ,ଶୁଖୁଆ ଆଦି ବ‌ହୁତ ଦିନ ଯାଏ ସାଇତି ରଖନ୍ତି । ସଉରାମାନେ ମାଟି ଚୁଲି ବ୍ୟବ‌ହାର କରନ୍ତି ଓ ତାଙ୍କ ଚୁଲିକୁ "ହିଣ୍ଡା" ବା "କୋଡା" ବୋଲି କୁହାଯାଏ। ପ୍ରତି ସଉରା ଘରେ ଏକ ଢିଙ୍କି ଓ ଚକି ନିଶ୍ଚିତ ଭାବରେ ରହିଥାଏ।ଏହା ବିରି,କାନ୍ଦୁଲ,ମାଣ୍ଡିଆ, କୋଳଥ ଆଦି ଚୁରିବା ପାଇଁ ବ୍ୟବ‌ହୃତ ହୋଇଥାଏ।ଆହୁରି ମଧ୍ୟ ପିଣ୍ଡାରେ ବଡ ଗାତ କରି କାଠର ଆବରଣ ଦିଆଯାଇଥାଏ। ତା ଭିତରେ ଏକ ମଜବୁତ୍ କାଠଗଣ୍ଡି ସାହାଯ୍ୟରେ ଧାନ କୁଟାଯାଏ।ଏହି କାଠଗଣ୍ଡିକୁ "ପାରେଳି" ବୋଲି କୁହାଯାଏ। ଯଦିଓ ଦୁଇଟି ଘର ଗୋଟିଏ କାନ୍ଥର ଦୁଇ ପାଖରେ ହିଁ ତିଆରି ହୋଇଥାଏ କିନ୍ତୁ ବାହାର ପିଣ୍ଡା ମଝିରେ କୌଣସି କାନ୍ଥ ନ‌ଥାଏ। କେବଳ ସାହିର ଆରମ୍ଭ ଓ ଶେଷ ପିଣ୍ଡାରେ ଦୁଇଟି କାନ୍ଥ ରହିଥାଏ।ଲାଞ୍ଜିଆ ସଉରାମାନେ ଖୁବ ଠାକୁର ବିଶ୍ୱ୍ୱାସୀ । ପ୍ରତ୍ୟକଙ୍କ ଘରେ ବିଭିନ‌୍ନ ଦେବଦେବୀ ବିଶେଷ ଭାବରେ ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କର ଫଟୋ ବା ପ୍ରତିମୂ୍ର୍ତ୍ତି ପୁଜା ପାଇଥାଏ।
ବିଶ୍ୱାସ, ଅନ୍ଧବିଶ୍ୱାସ ଓ ବିଜ୍ଞାନ[ସମ୍ପାଦନା]

ଲାଞ୍ଜିଆ ସଉରା ଘର ତାଙ୍କୁ ଖରା,ବର୍ଷା ଓ ଶୀତରୁ ରକ୍ଷା କରିଥାଏ।ବର୍ଷା ପାଣି ଜମି ନ ରହି ସ‌ହଜରେ ଗଡି ଯିବା ପାଇଁ ଚାଳ ଖୁବ ନୁଆଁଣିଆ ହୋଇଥାଏ।ମୁଖ୍ୟ ଦ୍ୱାରର ଉଚ୍ଚତା ଛୋଟ ହୋଇଥିବାରୁ ବର୍ଷା ପାଣି ଘର ଭିତରକୁ ପଶିପାରେ ନାହିଁ ଏବଂ ଝଡ ବାତ୍ୟାରେ ମଧ୍ୟ ଘର ଭିତରର ଜିନିଷ ନଷ୍ଟ ହୁଏ ନାଁହି।ଘର ଭିତରେ ତିଆରି ହୋଇଥିବା "ମେର୍ଦା" ସେମାନଙ୍କୁ ଖରା ଦିନରେ ଥଣ୍ଡା ଓ ଥଣ୍ଡା ଦିନରେ ଉଷୁମ ରଖିବାରେ ସାହାଯ୍ୟ କରିଥାଏ।ଏହା ବ୍ୟତୀତ "ମେର୍ଦା" ଥିବା ଫଳରେ ଚାଳରେ ଥିବା ଅପରିଷ୍କାର ଜିନିଷ ଘର ଭିତରେ ପଡ଼ିପାରେ ନାଁହି।ଲାଞ୍ଜିଆ ସଉରାମାନେ ବିଶ୍ୱାସ କରନ୍ତି ଯେ ଘର ଭିତରେ କୌଣସି ଜୀବ ଜନ୍ତୁଙ୍କ ମାଂସ କାଟିଲେ ଅଶୁଭ ଫଳ ମିଳିଥାଏ । ତେଣୁ ଏହି କାମ ସେମାନେ ବାରିରେ କରିଥାନ୍ତି । ଜଦିଓ ଲାଞ୍ଜିଆ ସଉରା ଲୋକମାନେ ଶିକ୍ଷା ଓ ଆଧୁନିକତାଠାରୁ ବହୁ ଦୂରରେ ରହିଛନ୍ତି,ତଥାପି ସେମାନଙ୍କ ନିଆରା ଘର ତିଆରି ଶୈଳୀରୁ ଏହା ପ୍ରତୀତ ହେଉଛି ଯେ ସେମାନେ ଅତି କୁଶଳୀ ,ପରିଶ୍ରମୀ ଓ ବୁଦ୍ଧିମାନ । ନିଜର ସମସ୍ତ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ପ୍ରକୃତି ମାତା ସେମାନଙ୍କୁ ଯଥେଷ୍ଟ ଶିକ୍ଷା ଦାନ କରିଛି।ସେମାନଙ୍କ ପାଇଁ ଗୃହ ଯେ କେବଳ ଏକ ମୁଣ୍ଡ ଗୁଞ୍ଜିବା ସ୍ଥାନ ତା ନୁହେଁ ବରଂ ଏହା ଏପରି ଏକ ପବିତ୍ର ସ୍ଥାନ ଯାହା ତାକୁ ଓ ତା ପରିବାରକୁ ସମସ୍ତ ପ୍ରକାର ପ୍ରତିକୂଳତାରୁ ସବୁ ପରିସ୍ଥିତିରେ ସୁରକ୍ଷିତ ରଖିଥାଏ ।[୨]

التعديل الأخير تم بواسطة د ايمن زغروت ; 07-09-2017 الساعة 10:42 AM
توقيع : الارشيف
الارشيف غير متواجد حالياً   رد مع اقتباس
إضافة رد

مواقع النشر (المفضلة)


الذين يشاهدون محتوى الموضوع الآن : 1 ( الأعضاء 0 والزوار 1)
 
أدوات الموضوع
انواع عرض الموضوع

تعليمات المشاركة
لا تستطيع إضافة مواضيع جديدة
لا تستطيع الرد على المواضيع
لا تستطيع إرفاق ملفات
لا تستطيع تعديل مشاركاتك

BB code is متاحة
كود [IMG] متاحة
كود HTML معطلة
Trackbacks are متاحة
Pingbacks are متاحة
Refbacks are متاحة


  :: مواقع صديقة ::

:: :: :: :: ::

:: :: :: :: ::


الساعة الآن 04:40 PM


Powered by vBulletin® Copyright ©2000 - 2020, Jelsoft Enterprises Ltd.
SEO by vBSEO TranZ By Almuhajir
..ٌ:: جميع الحقوق محفوظة لموقع "النسابون العرب" كعلامة تجارية لمالكه المهندس أيمن زغروت الحسيني ::ٌ..
منتج الاعلانات العشوائي بدعم من الحياه الزوجيه